...ଅମା ମା...
ଏଇ ଗଳ୍ପ ଟି ର ଆରମ୍ଭ ମୋର ନୁହେଁ l ମୋ ବାପାଙ୍କ ଜ୍ୟେଷ୍ଠ କନ୍ୟା ଶ୍ରୀମତୀ ସୁପ୍ରଭା ଦାଶ ଙ୍କ ର l ତାକୁ ଆପଣ ପଢି ଥିବେ ନିଶ୍ଚୟ କୋଉଠି ନା କୋଉଠି l ଅପା ମାନେ ମୋ ବାପାଙ୍କ ପ୍ରଥମ ସନ୍ତାନ l ଆମ ଦୁଇଭଉଣୀ ଭାଇଙ୍କ ର ସେ ଟୁନୁ ଅପା l ଏ ଅମା ମା ଚରିତ୍ର ତାରି କଲମ ରୁ ଜନ୍ମ l ଆଜି ଆପଣଙ୍କ ସାମ୍ନା କୁ ଆଣୁଚି ଟିକେ ପରିବର୍ତ୍ତନ କରିକି l
ବୁଦ୍ଧିମତୀ ଚଷା ଝିଅ
ଚାଲନ୍ତୁ ଅପାର ଅମା ମା କୁ ଆଗ ଜାଣି ନିଅନ୍ତୁ l ଅମା ମା ଗୋଟେ ଟ୍ରଲି ଚାଳିକା l କଟକ ମାଲ୍ଗୋଦାମରୁ ମାଲ ବୋଝେଇ କରି ବିଭିନ ସ୍ଥାନ ର ଦୋକାନ ଓ ଘର କୁ ନେଇ ଦବl ତାର କାମ l ସେ ଆନ୍ଧ୍ର ରାଜ୍ୟରୁ ଆସିଥିଲା ଏବଂ କଟକ ରେ ରହିଗଲା l ମୁଁ ତାକୁ ଦେଖିନି କିନ୍ତୁ ଯାହା ଅପା ଠୁ ଶୁଣୁଛି l ଅମା ମା ର ବାପା ମା ମରିଗଲା ପରେ ସେ ବଞ୍ଚିବା ପାଇଁ ନିଜ ବାପାର ଟ୍ରଲି କୁ କାମ ରେ ଲଗେଇ ରୋଜଗାର କଲା l ସେ ସମୟ ର କଟକ ରେ ଗୋଟେ ବଢ଼ିଲା ଝିଅଟେକୁ ପୁରୁଷଙ୍କ ସହ ପୁରୁଷ ପରି କାମ କରିବା ଟା ପୁରୁଷ ଚଳିତ ସମାଜ ରେ ଗ୍ରହଣୀୟ ହେଉନଥିଲା l ତେଣୁ ସେ ଉଦାମ ଯୌବନ ରେ ବି ଘର ସଂସାର ଓ ସତୀ ସ୍ୱାଧୀ ସ୍ତ୍ରୀ ହବାର ଏକ ପବିତ୍ର ନାରୀ ର ସ୍ବପ୍ନ କୁ ଅତି ନିର୍ଦୟ ଭାବେ ତଣ୍ଟି ଚିପି ମାରିଦେଇଥିଲା l କିନ୍ତୁ ସେ ଦେହ ବ୍ୟବସାୟୀ ନଥିଲା l ଦେହର ଭୋକ ମେଣ୍ଟାଉଥିଲା l ଆଜିକାଲି କା ପରି ସେ ଭୃଣ ହତ୍ୟା କରିନଥିଲା l ଅମା ମା ର ଏବେ 7 ଝିଅ l ସବୁ ଝିଅଙ୍କୁ ସେ ପାଠ ପଢ଼େଇଛି l ପ୍ରଥାନୁସାରେ ସବୁ ଛୁଆଙ୍କ ବାପ ନାମ ଜାଗାରେ ଜଗନ୍ନାଥ ରେଡି ବୋଲି ଲେଖିଛି.....
ଅପାର ଏ ଗପ ଟା ବହୁତ ବଡ଼ l ସବୁ ଉତାରିବା ସମ୍ଭବ ଲାଗୁନି l ମୁଁ ଏଇ ସମୟ ରେ ଏକ ଆଧୁନିକ ଅମା ମା କୁ ନୀତି ଦେଖୁଚି l ମୋ ଅମା ମା ର 7 ନୁହେଁ ମାତ୍ର 3 ଝିଅ l ଆଉ ଏ ତିନି ଝିଅଙ୍କ ର ତିନି ବାପା l ଅପାର ଅମା ମା ଟ୍ରଲି ଚଳାଉଥିଲା l ମୋ କାହାଣୀର ଅମା ମା ଦାମୀ car ଚଳାଉଛି l ଅପା କାହାଣୀର ଅମା ମା ଅପାଠୋଈ ଥିଲା କିନ୍ତୁ ମୋ କାହାଣୀ ର ଅମା ମା ବହୁତ ଉଚ୍ଚ ଶିକ୍ଷିତା l ଏକ ଅଫିସର ର ଝିଅ ବି l ମୋ କାହାଣୀ ର ଅମା ମା ଏକ ଉଚ୍ଚ କୁଳ ର k I

ଝିଅ କିନ୍ତୁ ବୟସ ଝଡ କୁ ସାମ୍ନା କରି ନପାରିବାରୁ ନୀଚ୍ଚ ରେ ପଡିଗଲା l ଅପା କାହାଣୀ ର ଅମା ମା ଅଶିକ୍ଷିତା ଥିଲା କିନ୍ତୁ ତା ଝିଅ ମାନଙ୍କୁ ସେ ଭଲ ସଂସ୍କାର ଦେଇଥିଲା l ପୁରୁଷ ରୁପି ରାକ୍ଷସ ଙ୍କ କବଳରୁ ଦୃଢ଼ ଭାବେ ବଞ୍ଚେଇ ରଖିଥିଲା l ସେ କଟକ ର ଅମା ମା ଥିଲା l ତେଣୁ ସଂସ୍କାର ଶିକ୍ଷା ସୁରକ୍ଷା ସବୁ ହାସଲ କରିଥିଲା l ୟେ ଭୁବନେଶ୍ୱର ର ଅମା ମା l ଉଚ୍ଚ ଘର ର ଝିଅ ଉଚ୍ଚ ଶିକ୍ଷିତା ଉଚ୍ଚ ପଦବୀ କିନ୍ତୁ.... ଏଇ ପରି କିଛି ଉଚ୍ଚଅଭିଳାଷ ରଖିଥିବା ନାରୀ ମାନଙ୍କ ଯୋଗୁଁ ସମାଜ ର ଅଧୋଗତି ହେଇ ଚାଲୁଚି l କ୍ରମଶଃ..

Story by - Debasis Pattnayak

Books by Surendra Nath

Recommended for you