ଭୁତ
କଣ କରିବି ବନ୍ଧୁ ମାନେ ରାତି ଆସି 12ଟା 30 ହେଲା ନି ନିଦ ମାଉସୀ କାହା ଘରକୁ ପାଇଟି କରି ଯାଇଛି ଏଯାଏ ଆସୁନି l ଏକା ଅଛି କଣ ତ ଗୋଟେ କରିବି l ଚାଲ ଭୁତ ଗପ ଶୁଣିବା l ମୋ ଅନୁଭୂତି ରୁ l ଘଟଣା ଟି ଥିଲା 1996 ମସିହା ଡ଼ିସେମ୍ବର ମାସ ରାତି 2. 20 ର l ଆଗରୁ ଡ଼ାଇରୀ ଲେଖୁଥିଲି ତ ତେଣୁ ତାରିଖ ଓ ସମୟ ମନେ ଅଛି l ମୁଁ ସେତେବେଳେ ସମ୍ବଲପୁରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲି l ସେଇ ସଂସ୍ଥା କାମ ରେ ମତେ ବହୁତ ଆଡେ ଯିବାକୁ ହୁଏ ବସ ରେ l ସେଦିନ ବି ସେଇ କାମ ରେ ମୁଁ ଗୋଟେ ଜାଗାକୁ ଯାଉଥିଲି l ସେ ଜାଗାର ନାମ ହେଉଛି ପରଶଳା l କେନ୍ଦୁଝର ରୁ ବସ ଯୋଗେ ବଡ଼ବିଲ ଆଡକୁ ଗଲେ ବାଟ ରେ ପଡ଼ିବ ପରଶଳା l ସେଇଠାରେ ନୂଆ କରି ଆରମ୍ଭ ହେଉଥାଏ ଦୂରସଂଚାର କାର୍ଯ୍ୟାଳୟ ର 150 meter ଉଚ ର tower.
Anhonee
ରାତି ବସ ରେ ଯିବାକୁ ହୁଏ l ମୋର ଗନ୍ତବ୍ୟ ସ୍ଥାନ ଥିଲା ପରଶଳା କିନ୍ତୁ ମୁଁ ଭୁଲ ରେ ଓଲ୍ହେହି ପଡିଲି ପୂର୍ବ ଷ୍ଟପେଜ ରେ l ରାତି ଦୁଇଟା ପନ୍ଦର l ମୁଁ ଏକୁଟିଆ ଜହ୍ନ ରାତିକୁ ରାସ୍ତା ର ଦୁଇ ପାଖ ରେ ଡେଙ୍ଗା ଡେଙ୍ଗା ଶାଳ ଗଛ l ମଝିରେ ମଝିରେ କୋହଲା ପବନ ସାଙ୍ଗକୁ କିଛି କିଛି ଶବ୍ଦ ମତେ ଟିକେ ଭୟାଳୁ କରିବାକୁ ବାଧ୍ୟ କରୁଥାଏ l ତଥାପି ମା କଥା ମନେ ପକାଇ ଗାୟତ୍ରୀ ମନ୍ତ୍ର ଜପିବା ଆରମ୍ଭ କରିବା ସହ ଜାଣିବାକୁ ଚେଷ୍ଟା କରୁଥାଏ ଯେ ମୁଁ ଠିକ ଜାଗାରେ ଓଲ୍ହାଇଛିକି ନାହିଁ l ମୁଁ ଯୋଉଠି ଓଲ୍ହାଇଥିଲି ସେଠି ଏକ ବିରାଟ ବୃକ୍ଷ ଥିଲା l ତାପଛକୁ ଗୋଟେ ଚାଳିଆ ଟେ ଥିଲା ମୁଁ ସେଇ ଚାଳିଆ ଭିତରକୁ ଯାଇ ପଛ ସନିପାତ ମୁଖ ଇସ୍ପାତ କରି ଚାରିପଟକୁ ଅନାଉଥାଏ l ଠିକ ମୋ ବାମ ପଟୁ କିଛି ଶବ୍ଦ ଶୁଣା ଗଲା l ମୁଁ ଟିକେ ଚାଳିଆ ବାହାରକୁ ଆସି ଦେଖେ ତ ତିନି ଜଣ ଲୋକ ପୁରା ଖୋଲା ଦେହ ରେ ବସି ନିଆଁ ଜାଳୁଛନ୍ତି l ଆଗ ପଛ କିଛି ନଭାବି ତାଙ୍କ ପାଖକୁ ଗଲି ଆଉ ପଚାରିଲି କି ଏଇଟା ପରଶଳା ତ? ସେମାନେ ଚମକି କି ମତେ ଅନେଇଲେ ଆଉ କହିଲେ ନା l ସେ ଆଗର ଲୁହା ପୋଲ ପାର ହେଲେ ଯାଇକି ଯୋଉ ଗାଁ ଆସିବ ସେଇଟା l ମୁଁ ପୁଣି ପଚାରିଲି କି ଏଠୁ ଆଉ କେତେ ଦୂର ହବ? ସେମାନେ କହିଲେ 3 km. କୌଣସି ଗାଡ଼ି ଫାଡ଼ି ଏବେ ନାହିଁ ତୁ ବୁଆ ଯାଇକି ସେଇ ଚାଳିଆ ରେ ସୋଇପଡ଼ ସକାଳେ ଯିବୁ l ସେ ଲୁହl ପୋଲ ଭାରି ବିପଦ ରାତି ରେ l କଣ ଚୋରଙ୍କ ଉତ୍ପାତ କି ? ନାହିଁ ବୁଆ ତୁ ପିଲା ଲୋକ ବୁଝିବୁନି l ମୁଁ କହିଲି କି ଯଦି ଚୋର ନୁହେଁ ତ ଏତିକି ରାସ୍ତା ମୁଁ ଚାଲିକି ପଳେଇବି l
ବାସ ମୁଁ ଚାଲିଲି l ଏବେ ଲୁହା ପୋଲ ଉପରେ ପାଦ l ଜୋତା ମାଡ଼ ଶବ୍ଦ ସହ ପୋଲ ତଳ ଓ ଶାଳ ଜଙ୍ଗଲ ର ଦୃଶ୍ୟ ମତେ ସତ ରେ ଡରଉ ଥାଏ l କିନ୍ତୁ ମୁଁ ଗାୟତ୍ରୀ ମନ୍ତ୍ର ଜପି ବା ବନ୍ଦ କରିନଥାଏ l ଠିକ ମଝିଆ ମଝି ହେଛି ଏକ ବିକଟାଳ ଶବ୍ଦ ରେ ମୁଁ ସତରେ ଛାନିଆ ହେଇଗଲି l ଠିକ ପରେ ପରେ ଦଳେ ଲୋକ ଏକାଥରେ ପୋଲରେ ଚାଲିଲେ ଯେମିତି ଶବ୍ଦ ହୁଏ ସେମିତି ଶବ୍ଦ ହେଲା l
ମୁଁ ଜୋର ଜୋର ରେ ଗାୟତ୍ରୀ ମନ୍ତ୍ର ଜପିବା ସହ ଜୋର ଜୋର ପାଦ ପକାଇ ଆଗକୁ ଚାଲୁଥାଏ l ଡ଼ିସେମ୍ବର ମାସ ରାତି ରେ ବି ମୁଁ ଗମ ଗମ ଝାଳ ରେ ଗାଧେଇ ପଡିଲି l ଶେଷ ରେ ପୋଲ ପାର ହେଇଗଲି l ପୋଲ ପାର ହେଇ କିଛି ବାଟ ଯାଇଛି ଦେଖିଲି ଗଛ ତଳେ ଗୋଟେ ଛୋଟ ମନ୍ଦିର ଟେ l ସେଠି ଟିକେ ବସିପଡ଼ିଲି l ଧୀରେ ଧୀରେ ପଛକୁ ଅନେଇଲି l ଦେଖିଲି ପୋଲ ପୁରା ସୁନସାନ l ସେ କୋଉ ଦେବି ମା ଥିଲେ ଜାଣିନି ମୁଣ୍ଡିଆଟିଏ ମାରିଲି ମା ବୋଲି କହିକି l ସେତେ ବେଳକୁ ତିନିଟା ପନ୍ଦର ହେଇ ଆସିଲାଣି l ଗୋଟେ ଲୋକ ପାଣି ଢାଳ ଟେ ଧରି ଆସୁଥିବାର ଦେଖିଲି ତାକୁ ପଚାରିଲି କି ଏଇଟା ପରଶଳା ତ ? ସେ ହଁ କଲା l ତାଠାରୁ ଅଫିସ ଠିକଣା ନେଇ ଅଫିସ ରେ ପହଞ୍ଚିଗଲି l ବ୍ୟାଗ ଟାକୁ ଗୋଟେ କଣ ରେ ଥୋଇ ଦେଇ ମୋ ପାଇଁ ଥିବା ଖଟ ରେ ଶୋଇଗଲି l
ନିଦ ଭାଙ୍ଗିଲା କିଛି ଲୋକଙ୍କ ପାଟି ରେ l ଛ ସାତ ଜଣ ମତେ ଘେରିକି ଥିଆ ହେଇଛନ୍ତି l ମୁଁ ଉଠିକି ବସିଲି ଟିକେ ଶଙ୍କି ଗଲି l ଜଣେ ପଚାରିଲା sir କାଲି ରାତିରେ କେମିତି ଆସିଲେ l ଯୋଉ ବସ ରେ ଆସିବା କଥା ସେ ବସ ରେ ତ ଆପଣ ନଥିଲେ l ଆମେ ଅପେକ୍ଷା କରି କରି ଆସି ଶୋଇ ଗଲୁ l ମୁଁ କହିଲି ନିଦ ବାଉଳା ରେ ମୁଁ ପଛstop ରେ ଓଲ୍ହେଇ ଗଲି l ସେଠି କିଛି ଲୋକଙ୍କୁ ପଚାରି କି ଚାଲି ଚାଲି ଆସିଲି l କାହିଁକି କଣ ହେଲା କି l ତମେ ମାନେ ଏମିତି ଆଶ୍ଚର୍ଯ୍ୟ ହେଇ ମତେ ଦେଖୁଛ କାହିଁକି ? ସେମାନେ ଯାହା କହିଲେ ମୁଁ ତାଙ୍କୁ ଅନ୍ଧ ବିଶ୍ୱାସ ଓ ବେକାର କଥା କହିକି ଉଡେଇଦେଲି ସିନା ହେଲେ ଆଜି ଯାଏ ସେ ଘଟଣା ମୋ ମନରୁ ଯାଇନି l ମୁଁ ଯେତେ ବେଳେ ଭୁଲ ଜାଗାରେ ଓଲ୍ହାଇଲି ସେତେବେଳେ କେହିବି ନଥିଲେ ମାତ୍ର ଦୁଇ ତିନି ମିନିଟ ମଧ୍ୟରେ ସେ କଳା ଲୋକ ତିନିଟା ପୁରା ଖୋଲା ଦେହ ରେ ନିଆଁ ଜାଳୁଥିବାର ଦେଖିଲି l ସେମାନେ ଭୁତ ନଥିଲେ ତ ? ପୋଲ ମଝିରେ ଏକ ବିକଟାଳ ଶବ୍ଦ ଶୁଣିଲି ପରେ ପରେ ଦଳେ ଲୋକଙ୍କ ର ଦୌଡିବା ଶବ୍ଦ ଏ ସବୁ କଣ ଥିଲା? ଏବେ ବି ମୁଁ ଦ୍ୱନ୍ଦ୍ୱ ରେ ଅଛି l

Article by - Debasis Pattnayak

Books by Surendra Nath

Recommended for you