ବିଚାର
ମୁଁ କୌଣସି ନୂଆ ସ୍ୱାଦ ଆପଣଙ୍କୁ ଦଉନି l ଦେଇବି ପାରିବିନି l ସେଇ ଚିରାଚରିତ ଓଡ଼ିଆ ଘର ର ପଖାଳ ଭାତ ସାଙ୍ଗକୁ ବଡ଼ିଚୁରା, ବାଇଗଣ ପୋଡ଼ା, ଆଳୁଭର୍ତ୍ତl କଞ୍ଚା ଲଙ୍କା କିଛି ରସୁଣ ଓ ଫାଳେ ପିଆଜ ସହ ଅନ୍ୟ ଯାହା ଆପଣ କହିବେ ମୋ ସାଧ୍ୟ ମତେ ମୁଁ ଦେବି ନିଶ୍ଚୟ l
AADIM VICHAR , Full Sambalpuri Film
ରାଜାଙ୍କ ପଣ୍ଡିତ l ପଣ୍ଡିତଙ୍କ ପୁତ୍ର l ରାଜା ଭାରି ନ୍ୟାୟ ବନ୍ତ l ନ୍ୟାୟ ନିଶାପ କରିବାରେ ସେ ସାକ୍ଷାତ ଯମ l ଯମଙ୍କ ର ତ୍ରୁଟି ହେଇପାରେ କିନ୍ତୁ ଏ ରାଜାଙ୍କର ହୁଏନି l ତେଣୁ ଦେବତା ମାନେ ଖୁସୀ ଥିଲେ ଏ ରାଜାଙ୍କ ଉପରେ l ଦିନେ ଅଭିଯୋଗ ଆସିଲା କି ରାଜପଣ୍ଡିତଙ୍କ ପୁତ୍ର ଏକ ପୋଷା ମାଙ୍କଡ଼ କୁ ବିନା କାରଣ ରେ ମାରିଦେଇଛି l ଦରବାର ବସିଲା l ବିଚାର ପ୍ରକ୍ରିୟା ଆରମ୍ଭ ହେଇ ଶେଷ ପର୍ଯାୟ ଉପନୀତ ହେଲା l ସମସ୍ତ ପ୍ରମାଣ ସାକ୍ଷୀ ଙ୍କ ବୟାନ ରୁ ରାଜା ଜାଣିଲେ କି ପଣ୍ଡିତଙ୍କ ପୁଅ ହିଁ ମାଙ୍କଡ଼ କୁ ମାରିଚି l ତେଣୁ ରାଜା ଦଣ୍ଡ ଶୁଣାଇଲେ l ଦଣ୍ଡ ର ପ୍ରକ୍ରିୟା ଆରମ୍ଭ ହେଇଗଲା l ଠିକ ଏତିକି ବେଳେ ପଣ୍ଡିତ ଆଉ ଗୋଟେ ଯାଚିକା ଦାଖଲ କରି ରାଜାଙ୍କୁ ଗୁହାରି କଲେ କି ହେ ନ୍ୟାୟାଧୀଶ, ସମସ୍ତ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଉପରେ ମୋର ଏକ ସନ୍ଦେହ ଅଛି l ଆରୋପି ଯୋଉ ପ୍ରାଣୀଟିର ପ୍ରାଣ ନାଶ କଲେ ବୋଲି ଆପଣ ତାଙ୍କୁ ଦୋଷୀ ଘୋଷଣା କରି ଦଣ୍ଡବିଧାନ କରିଛନ୍ତି l ପ୍ରକୃତ ରେ ସେ ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ ? କାରଣ ଲିଙ୍ଗଭେଦରେ ଦଣ୍ଡବିଧାନ ଅଲଗା ଅଲଗା ଅଛି l
ଏବେ ରାଜାଙ୍କ ସହ ପୁରା ବିଚାରକ ମଣ୍ଡଳୀ ଦ୍ବିଧାରେ ପଡିଗଲେ l କାରଣ ଲିଙ୍ଗ ନିରୂପଣ ଲାଗି ଶବ ଆଉ ନଥିଲା l ଯେହେତୁ ଜୀବ ହତ୍ୟା ଏକ କ୍ରୁରତା ତେଣୁ ପଣ୍ଡିତଙ୍କ ପୁଅକୁ କାରାଗାରରେ ରଖାଗଲା ଏବଂ ଶବ ର ଲିଙ୍ଗ ନିରୂପଣ ଲାଗି ବିଚାରକ ମଣ୍ଡଳୀଙ୍କୁ ସମୟ ଦିଆଗଲା l ତେଣୁ କୁହନ୍ତି କି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ l ପ୍ରକୃତ ରେ ଏଇ ହଉଚି ଆମ ଦେଶର ନ୍ୟାୟ ବ୍ୟବସ୍ଥା l ହତ୍ୟା ଓ କ୍ରୁରତା ର କୌଣସି ଲିଙ୍ଗ, ଜାତି କି ଉପାଧି ନଥାଏ l କିନ୍ତୁ ନ୍ୟାୟ ପ୍ରକ୍ରିୟା ରେ ଦେଖା ଯାଏ କାହିଁକି ? ଏହା ଏକ ଆଲୋଚନାର ବିଷୟ l କିନ୍ତୁ ଦୁଃଖ ଏ ଦେଶର କୌଣସି ଜ୍ଞାନୀ ଚାହୁଁନି ସୁସ୍ଥ ପରିବର୍ତ୍ତନକୁ l ଆପଣଙ୍କ ଦେବାଶିଷ l

Article by - Debasis Pattnayak

Books by Surendra Nath

Recommended for you