ଗରିବ
ମୋ କଲମ ଧରା ର ଆଦ୍ୟ ଗୁରୁ ମୋ ମା l ତାରି ମୁହଁରୁ ଶୁଣିଥିଲି ଏଇ କାହାଣୀ ଟି l ଆପଣ ମାନେ ବି କେବେ ଶୁଣିଥିବେ କୋଉଠି l ଗୋଟେ ଭଲ ବାପା ମାଙ୍କର ଚାରି ପୁଅ ଥିଲେ l ପ୍ରଥମ ସନ୍ତାନ ଜନ୍ମ ହେଉ ହେଉ ପୁରା ଦାୟିତ୍ୱ ନେଇକି ଜନ୍ମ ହୁଏ l ତେଣୁ ବଡ଼ ପୁଅ ଭାରି ଧୀର ଆଉ କର୍ତବ୍ୟ ପରାୟଣ ହେଲl କିନ୍ତୁ ତା ରୋଜଗାର ଭଲ ନୁହେଁ l ତଥାପି ସେ ବାପ ର ଭାରି ଗେହ୍ଲା ଥିଲା l ବାପ ଟି ବୃଦ୍ଧ ଅବସ୍ଥାରେ ଥିଲା l ସେ ଜାଣିସାରିଥିଲା ଅନ୍ୟ ପୁଅମାନଙ୍କୁ l ବଡ଼ ପୁଅ କିନ୍ତୁ ଭାଇମାନଙ୍କୁ କୌଣସିଥିରେ ଅଭାବ କରେନି l ମୋଟାମୋଟି ଭଲ ପରିବାର ଟେ l ବଡ଼ ପୁଅର ବାହାଘର ଖୋଜା ହେଲା l ମା ପଚାରିଲା ପୁଅର ପସନ୍ଦ କଣ ? ପୁଅ କହିଲା ଯାହା ତମର ପସନ୍ଦ ତାହା ମୋର ବି l ତେଣୁ ମାର ଧନୀ ଝିଅକୁ ଲୋଭ ଥିଲେ ବି ବାପା କିନ୍ତୁ ଏକ ସୁନ୍ଦର ଶିକ୍ଷିତ ଓ ଗରିବ ଝିଅ ଟେ ଖୋଜିଲା l ପୁଅ ବାପା କଥାରେ ରାଜି ହେଇ ବାହା ହେଇଗଲା l ବଡ଼ ପୁଅ ଯାହାକୁ ବାହା ହେଲା ସେ ଝିଅ ପିଲା ଦିନୁ ବାପା ମା ଙ୍କୁ ହରେଇଛି l କିନ୍ତୁ ଉତ୍ତମ ବୋହୂ ଟେ l ତା ସେବା ବ୍ୟବହାର ଓ କର୍ତ୍ତବ୍ୟ ରେ ସମସ୍ତଙ୍କୁ ନିଜର କରିନେଇ ସଂସାର ଗାଡ଼ି ଚଳେଇବାରେ ତା ସ୍ୱାମୀକୁ ସାହାଯ୍ୟ କରିଚାଲିଲା l
ଭୂତ ମାଗୁଛି ରକ୍ତ
ୟା ଭିତରେ ଦୁଇ ନମ୍ବର ଭାଇ ର ଗୋଟେ ଥେଲା ଥୋଇଲା ଘରର ଝିଅ ସହ ବାହାଘର ହେଇଗଲା l ଯେହେତୁ ସେ ସାନ ତେଣୁ ବଡ଼ ହିସାବ ରେ ଏ ଗରିବ ଝିଅ ଟି ସ୍ନେହ ଦେଇ କର୍ତ୍ତବ୍ୟ କରୁଥାଏ l କିନ୍ତୁ ସାନ ଯା ଯିଏକି ଥେଲା ଥୋଇଲା ଘରର ଝିଅ କିଛି ବାପ ଘରୁ ଆଣିଛି ତେଣୁ ସେ ଗର୍ବୀ ହେଇଚି ଆଉ ବଡ଼ କୁ ବେଖାତିର କରିଛି l ଏମିତିକି ବଡ଼ ଯା ର ଛୁଆକୁ ତା ରି ଆଗରେ ମାରପିଟି ବି କରେ l ବିନା କାରଣ ରେ ଅଶାନ୍ତି ସୃଷ୍ଟି କରେ l ଶାଶୁ ବି ସେଇ ଥେଲା ଥୋଇଲା ଘର ର ଝିଅକୁ ଠିକ ବୋଲି କୁହେ l ଏପଟେ ବିଚାରି ସେ ବଡ଼ ବୋହୂ l ତାର ତ ବାପ ଘରେ କେହି ନାହାନ୍ତି l ଏବେ ସ୍ୱାମୀ ହିଁ ସବୁ କିଛି l ଯେତେବେଳେ ଅତି କଷ୍ଟ ହୁଏ ସେ ତା ସ୍ୱାମୀ କୁ କୁହେ l କିନ୍ତୁ ସ୍ୱାମୀ ଉତ୍ତର ଶୁଣି ଚୁପ ରହିଯାଏ l

ସବୁ ଦିନ ତ ସମାନ ଯାଏନି l ଏମିତି ଥରେ ପିଲା କଳିକୁ ନେଇ ଘରେ ଝଡ଼ ଉଠିଲା l ବଳି ପଡିଗଲେ ସେଇ ବଡ଼ ପୁଅ ଆଉ ବଡ଼ ବୋହୂ ଯିଏ କି ଘର ର ଖର୍ଚ୍ଚ ବାବଦ କୁ କମ ଟଙ୍କା ଦଉଥିଲେ l ଏ କାହାଣୀ ଜଣେଇବାର ଉଦ୍ଦେଶ୍ୟ ଯେ ଶାନ୍ତ ପରିବେଶ ଭଲ ସଂସ୍କାରିତ ପରିବାର କେମିତି ଲୋପ ପାଉଛି l ଏଠି କିଏ ଦାୟୀ ? ଧନ ନା ସଂସ୍କାର ?

Story by - Debasis Pattnayak

Books by Surendra Nath

Recommended for you